Latest Odisha News

କେନ୍ଦ୍ର ରେଳମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ବିଜେପି କର୍ମୀ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲୀରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି ନେଇଥିଲେ । ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରେଳମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗସ୍ତ ଅବସରରେ ରେଳ ମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଦାବିକୁ ଗ୍ରହଣ କରିଥିଲେ । ସ୍ଥାନୀୟ ସର୍କିଟ ହାଉସରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉଭୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଜିଲ୍ଲାରେ ରେଳ ପ୍ରକଳ୍ପର କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ । ବୈଠକ ପରେ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରିଛନ୍ତି । ନବରଙ୍ଗପୁର ଗସ୍ତ ଅବସରରେ ରେଳମନ୍ତ୍ରୀ ଆଦିବାସୀ ମହିଳାଙ୍କ ହାତ ପୋଡା ମକାର ସ୍ବାଦ ନେଇଥିଲେ ।

Comments are closed.