Latest Odisha News

BREAKING NEWS

ପୁଣି ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ!

ନୂଆଦିଲ୍ଲୀ: ପୁଣି ଥରେ ବାହା ହେଲେ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ଅଗଷ୍ଟ ୨୪ ରେ ପତ୍ନୀ ପୋନି ବର୍ମାଙ୍କ ସହ ସେ ତାଙ୍କର ୧୧ତମ ବିବାହ ବାର୍ଷିକୀ ପାଳନ କରିଥିଲେ।

ତେବେ ସେମାନଙ୍କ ପୁଅ ବେଦାନ୍ତ ତାଙ୍କ ପିତାମାତାଙ୍କୁ ତାଙ୍କ ସାମ୍ନାରେ ଆଉ ଥରେ ବିବାହ କରିବା ଦେଖିବାକୁ ଚାହୁଁଥିଲେ ଯେଉଁଥିପାଇଁ ସେମାନେ ଆଉ ଥରେ ବିବାହ କରିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କର ୧୧ତମ ବାର୍ଷିକୀରେ ପ୍ରକାଶ ରାଜ ଏବଂ ପୋନି ବର୍ମା ପୁଣି ଥରେ ବିବାହ କରିଥିଲେ।

ଏ ନେଇ ସୋସିଆଲ ମିଡିଆରେ ପ୍ରକାଶ ଉଲ୍ଲେଖ କରି କହିଛନ୍ତି ଯେ, ଏଥର କିନ୍ତୁ ସମ୍ପୂର୍ଣ୍ଣ ନିଆରା ଥିଲା ବିବାହ ଉତ୍ସବ। କାରଣ ଏହା ପିଲାମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ରାଜ ବର୍ତ୍ତମାନ ମଧ୍ୟପ୍ରଦେଶର ଅର୍ଚାରେ ତାଙ୍କ ଆଗାମୀ ଫିଲ୍ମ ପୋନିୟିନ ସେଲଭାନ ସୁଟିଂରେ ବ୍ୟସ୍ତ ଅଛନ୍ତି।

Comments are closed.