Latest Odisha News

BREAKING NEWS

ଆଫଗାନ ନାଗରିକଙ୍କ ବାଟ ଓଗାଳୁଛନ୍ତି ତାଲିବାନୀ: ସିଲ୍ କଲେ ଏୟାରପୋର୍ଟ ରାସ୍ତା

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ପାଖେଇ ଆସିଲାଣି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ସେନା ଅପସାରଣ କରିନେବ । ତାପୂର୍ବରୁ ଦବଦବା ଜାହିର କରୁଛନ୍ତି ବର୍ବର ତାଲିବାନୀ । ରେସକ୍ୟୁ ମିଶନରେ ବାଧା ସୃଷ୍ଟି କରୁଛନ୍ତି । ଆଫଗାନିସ୍ତାନ ନାଗରିକଙ୍କୁ ଯିବାକୁ ଦେଉ ନାହାନ୍ତି । କେବଳ ବିଦେଶ ନାଗରିକଙ୍କୁ ଏୟାରପୋର୍ଟ ଯିବାକୁ ଅନୁମତି ଦେଉଛନ୍ତି ।

କାବୁଲ ବିମାନବନ୍ଦରକୁ ସଂଯୋଗ କରୁଥିବା ରାସ୍ତାକୁ ତାଲିବାନୀ ବନ୍ଦ କରି ଦେଇଛନ୍ତି । ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି ସଶସ୍ତ୍ର ତାଲିବାନୀ ସୈନ୍ୟ । ଯାଞ୍ଚ କରୁଛନ୍ତି । ନିଜ ଦେଶର ଲୋକ ହୋଇଥିଲେ ଯିବାକୁ ଦେଉ ନାହାନ୍ତି । ସେହି ବାଟରେ କେବଳ ବିଦେଶ ନାଗରିକ ଯାଇପାରିବେ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି । ଆଫଗାନ ନାଗରିକଙ୍କୁ ଛଡ଼ାଯିବ ନାହିଁ ।

ଆମେରିକା ଏବଂ ନାଟୋ ସୈନ୍ୟ ସହିତ ଯେଉଁ ଆଫଗାନ ନାଗରିକ ମିଶି କାମ କରୁଥିଲେ ସେମାନେ ଏବେ ଭୟରେ ଦିନ କାଟୁଛନ୍ତି । ଯେଉଁମାନେ ସହଯୋଗ କରୁଥିଲେ ସେମାନଙ୍କୁ ତାଲିବାନ ଆତଙ୍କୀ ଘରକୁ ଘର ବୁଲି ଖୋଜୁଛନ୍ତି । ବିଶେଷ କରି ମହିଳାମାନେ ବେଶୀ ଆତଙ୍କିତ ଓ ଭୟଭୀତ । ତାଲିବାନ ଶାସନରେ ମହିଳାଙ୍କ ସୁରକ୍ଷା ଓ ସ୍ୱାଧୀନତା ରହିବ ନାହିଁ ।

Leave A Reply

Your email address will not be published.