Latest Odisha News

ଧରା ପଡିଲେ ଠକ , ଲୁଟିଥିଲେ ୨୦ ଲକ୍ଷ

ମୟୂରଭଞ୍ଜ: ଧରାପଡିଲେ ଠକ। ଋଣ କର୍ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଫାଇନାନ୍ସ କର୍ମଚାରୀ ଗିରଫ। ଟାଉନଥାନା ପୋଲିସ ବାଲେଶ୍ୱରରେ ପହଁଚି ନାରାୟଣପୁର ଗାଁ ରୁ ଅଭିଯୁକ୍ତ ମନୋଜକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସାଥୀନ କ୍ରେ ଡିଟ କେୟାର ନେଟୱାର୍କ ଫାଇନାନ୍ସ କମ୍ପାନୀର କମ୍ୟୁନିଟି ସର୍ଭିସ ଅଫିସର ମନୋଜ କୁମାର ପାତ୍ର।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଋଣକର୍ତାଙ୍କୁ ଠକୁଥିଲେ ମନୋଜ । ଋଣ ୫୦% ଏକାଥରକେ ପରିଶୋଧ କଲେ ବାକି ଟଙ୍କା ଛାଡ ହୋଇଯିବ ଓ ଦୁଇ ଗୁଣା ଋଣ ମିଳିବ କହି ପ୍ରାୟ ୬୦ ଜଣ ଲୋକଙ୍କ ୨୦ ଲକ୍ଷ ଟଙ୍କା ଜମା ନକରି ମନୋଜ ଠକିଛନ୍ତି।

ଫାଇନାନ୍ସ କର୍ମଚାରୀ ଋଣ କର୍ତାଙ୍କୁ ଋଣ ପ୍ରଦାନ ଟଙ୍କା ଜମା କରିବା ନେଇ ନୋଟିସ୍ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଛି। ଫାଇନାନ୍ସ କର୍ତ୍ତୁ ପକ୍ଷ ଘଟଣା ସମ୍ପର୍କରେ ଲୋକଙ୍କଠୁ ଜାଣିବା ପରେ ନିଜ କର୍ମଚାରିଙ୍କ ନାଁ ରେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.