କୋରାପୁଟ : କୋରାପୁଟ ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ଗୋଟିଏ ଟନରୁ ଅଧିକ ଗଞ୍ଜେଇ । ଏକ ପିକ୍ ଅପ୍ ଭ୍ୟାନରେ କଦଳୀ ଯାଉଥିବା ବେଳେ ଅଟକାଇଥିଲା ବୈପାରୀଗୁଡା ପୋଲିସ । ଚେକିଂ ବେଳେ, କଦଳୀ ଗାଡିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଏହା ପୂର୍ବରୁ ଅନେକ ଥର ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ, ଏସବୁକୁ ଜବତ କରିଥିଲା ପୋଲିସ । ପଣସ, ନଡିଆ ଓ ସପୁରୀ ଗାଡିରେ ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିଥାନ୍ତି ଗଞ୍ଜେଇ ମାଫିଆ । ଯାହାକୁ ଜବତ କରିବାରେ ସଫଳ ହୋଇଛି ପୋଲିସ । ତେବେ ବାରମ୍ବାର ଏତେ ପରିମାଣରେ ଗଞ୍ଜେଇ ଜବତ ହେଉଥିବାରୁ ପୋଲିସ ପାଇଁ ଚିନ୍ତା ବଢ଼ିଛି ।
BREAKING NEWS
- ରାହୁଲଙ୍କ ଦ୍ବୈତ ନାଗରିକତା ମାମଲା; ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ
- ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ
- ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟ: ଏ ପ୍ଲସରୁ ବାଦ ପଡିବେ କି କୋହଲି, ରୋହିତ, ଜାଡେଜା
- ରାଜ୍ୟରେ ବଢିଛନ୍ତି ବିଚାରାଧୀନ କଏଦୀ; ୮୭ ଜେଲ୍ରେ ୧୬ ହଜାରରୁ ଅଧିକ କଏଦୀ
- ବାପା ହେଲେ କେଏଲ ରାହୁଲ
- ବିଦେଶକୁ ଯିବ ଢେଙ୍କାନାଳ ଆମ୍ବ ; ଏକ ଏନ୍ଜିଓ ସହ ୧୫ବର୍ଷ ପାଇଁ ଏମ୍ଓୟୁ ସ୍ବାକ୍ଷର
- ବନ୍ଧୁକ ମୁନରେ ଜମି ଜବରଦଖଲ; ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
- କୁଆପଥର ବର୍ଷାରେ କ୍ଷୟକ୍ଷତି; ମୟୂରଭଞ୍ଜ ପାଇଁ ୨୦.୩୮ କୋଟି ଟଙ୍କା ସହାୟତା ପ୍ରଦାନ
- ଟିମ ବଦଳିବା ପରେ ଏହି ୩ ଖେଳାଳିଙ୍କୁ ସହାୟ ହେଲା ଭାଗ୍ୟ
- ରାଜନୀତି କରିବି କିନ୍ତୁ ନିର୍ବାଚନ ଲଢିବନି: ନିରଞ୍ଜନ
Comments are closed.