ସମ୍ୱଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥିରେ ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ତୁଳା ଲଗ୍ନରେ ନିର୍ଦ୍ଧାରଣ କରାଯାଇଛି । ଏହି ସମୟ ମଧ୍ୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭାଙ୍କ ଦ୍ବାରା ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି । ବୈଠକରେ ପଣ୍ଡିତ, ବିଦ୍ବାନ ଓ ଜ୍ୟୋତିର୍ବିଦ ମାନେ ଯୋଗଦେଇ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ କରିଥିଲେ । ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ନୂଆଖାଇ ଲାଗି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ମା ସମଲେଶ୍ବରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ କରାଯିବ ।
BREAKING NEWS
- ବାରବାଟୀରେ ଖେଳାଯିବ ଆଉ ଏକ ଟି-ଟ୍ୱେଣ୍ଟି !
- ବାଲି ଖାଦାନ ପାଇଁ ଏସଓପି; ଜିଲ୍ଲା କମିଟି ନେବ ଚୂଡ଼ାନ୍ତ ନିଷ୍ପତ୍ତି
- ରୋଚକ ହେଉଛି ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲା, ହାଇକୋର୍ଟ ଦେଲେ ରିପୋର୍ଟ
- ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ
- ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା
- ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ: ଜ୍ୟୋତିଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା
- ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’
- ପରିସୀମନ…ପରିଚୟକୁ ବଡ଼ ବିପଦ !
- ସାବୁନ ବିନା ଗାଧୋଇଲେ କ’ଣ ହୁଏ? ଜାଣନ୍ତୁ ଏହାର ଲାଭ ଓ କ୍ଷତି
- ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି
Comments are closed.