ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍ । ଅଚାନକ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ । ୧୧ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ ୨ଲକ୍ଷ ୯୮ ହଜାର ଟଙ୍କା ।

ଗତକାଲି ବିଳମ୍ବିତ ରାତିରେ ବାଳକାଟିରେ ଥିବା ଅନନ୍ୟା ମଣ୍ଡପରେ ଜୁଆ ଖେଳ ଚାଲିଥିଲା । ସୂଚନା ପାଇବା ପରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ାଉ କରିଥିଲେ । ୧୧ଜୁଆଡିଙ୍କ ନିକଟରୁ ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା, ୫ ମୁଠା ତାସ୍ , ୩ଟି ବାଇକ୍ ଓ ଗୋଟିଏ ଅଟୋ ଜବତ ହୋଇଛି । ଅଧିକ ଖୋଳତାଡ ଜାରି ରହିଛି ।
BREAKING NEWS
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
Comments are closed.