Latest Odisha News

BREAKING NEWS

ଆଜିଠୁ ବିଧାନସଭା: କମ୍ପିବ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏ ଚାଲିବ । ଚଳିତ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ୩ ତାରିଖରେ ଗୋଟିଏ ଦିନ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଦିନ ରହିଛି । ଏହି ଅଧିବେଶନରେ ମୋଟ୍ ୧୨ଟି ବିଲ୍ ଆସିବ । ମୌସୁମୀ ଅଧିବେଶନ ଅବଧି କମ୍ ଥିଲେ ବି ଏଥର ଗୃହ ସରଗରମ ରହିବ । ପ୍ରଥମ ଦିନରୁ ଶାସନ-ବିରୋଧୀ ମୁହାଁମୁହିଁ ହେବା ଗତକାଲି ବିଧାୟକ ଦଳ ବୈଠକରୁ ଇସାରା ମିଳିଛି ।

ସରକାରୀଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ପୁଳା ପୁଳା ପ୍ରସଙ୍ଗ । ବିଜେପି ମରୁଡ଼ି ମୁକାବିଲା, ଜଳସେଚନ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସରକାରଙ୍କୁ ଅଡୁଆରେ ପକାଇବ ବିଜେପି । ସେହିପରି ପିଏମ୍ ଆବାସ ଯୋଜନା ଦୁର୍ନୀତି, ମହିଳା ସୁରକ୍ଷା, ବିଦ୍ୟୁତ ଶୁଳ୍କ ବୋଝ ଉଠାଇବ ବିଜେପି ।

ସେହିପରି କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି । ମରୁଡ଼ି ମୁକାବିଲା, ବେକାରୀ ସମସ୍ୟା, ଦରଦାମ୍ ବୃଦ୍ଧି, OSSC ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଗୃହରେ ଟାର୍ଗେଟ କରିବ କଂଗ୍ରେସ ।

ସେପଟେ ବିରୋଧୀ ଆଣିବାକୁ ଥିବା ସବୁ ପ୍ରସଙ୍ଗରେ ଜବାଜ ଦେବାକୁ ସରକାରୀ ଦଳ ବି ତୟାର । କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ମୁଦ୍ଦା କରିବ ବିଜେଡି । ଗ୍ରାମାଞ୍ଚଳ ଆବାସ ଯୋଜନା ଓ ଏମ୍ଏସ୍‌ପି ବୃଦ୍ଧି ପ୍ରସଙ୍ଗ ଉଠାଇବ ଦଳ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ୍ କମିଟି ସୁପାରିସ୍ ଲାଗୁ କରିବା ପାଇଁ ଦାବି କରାଯିବ । ବିରୋଧୀ ଦଳର ସଦସ୍ୟମାନେ ଯେଉଁ ସବୁ ପ୍ରସଙ୍ଗ ଆଣିବେ ତା’ର ମୁକାବିଲା ପାଇଁ ସରକାରୀ ଦଳ ପ୍ରସ୍ତୁତ ରହିଛି ।

Leave A Reply

Your email address will not be published.