Latest Odisha News

BREAKING NEWS

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର:  ଆଇଆରଏସ୍ ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପଦୋନ୍ନତି । ମୁଖ୍ୟ ଆୟକର କମିଶନର ଭାବରେ ନିଯୁକ୍ତି ମିଳିଛି । ତାଙ୍କ ସମେତ ୪ ଓଡ଼ିଆ ଅଫିସରଙ୍କୁ ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନତି ମିଳିଛି । ଅନ୍ୟମାନେ ହେଲେ ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଓ ସୀମାଚଳ ଦାଶ ।

ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବେ ଅବସ୍ଥାପିତ ଅଛନ୍ତି । ୧୯୮୮ ବ୍ୟାଚ୍ ଆଇଆରଏସ୍ ମନୋରଞ୍ଜନ ପାଣିଗ୍ରାହୀ ଜଣେ ଦକ୍ଷ ଓ କର୍ମନିଷ୍ଠ ଅଧିକାରୀ ଭାବେ ଜଣାଶୁଣା । ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ ।

ପୂର୍ବରୁ ଓଡ଼ିଶା ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ୫ ବର୍ଷ କାର୍ଯ୍ୟ କରିଥିଲେ ମନୋରଞ୍ଜନ ପାଣିଗ୍ରାହୀ । ଜଣେ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଭାବେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।

Leave A Reply

Your email address will not be published.