Latest Odisha News

BREAKING NEWS

+୨ ଅଫଲାଇନ୍‌ ପରୀକ୍ଷା ପାଇଁ କାଲିଠୁ ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଜିକରଣ । ଅଫଲାଇନ୍ ପରୀକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ । ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପା‌ରିବେ ।

୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ । ଅଫଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ । ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ । କିନ୍ତୁ ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା ହୋଇପାରେ ।

କରୋନା ଯୋଗୁ ଏବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଫଲାଇନ୍‌ ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ୍ ରହିବ ନାହିଁ  । ଅଫଲାଇନ୍‌ ମାର୍କ ହିଁ ଚୂଡ଼ାନ୍ତ ହେବ ।

Leave A Reply

Your email address will not be published.