Latest Odisha News

BREAKING NEWS

ଆସାମ: ବଦଳିଲା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାଁ

ଦିସ୍‌ପୁର: ଆସାମ କ୍ୟାବିନେଟ ବୁଧବାର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରି ଓରଙ୍ଗ ନ୍ୟାସନାଲ ପାର୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି।

“କିଛି ଦିନ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଆଦିବାସୀ ଏବଂ ଟି ଟ୍ରାଇବ୍‌ ସମ୍ପ୍ରଦାୟର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଆଦିବାସୀ ଏବଂ ଟି ଟ୍ରାଇବ୍‌ ସମ୍ପ୍ରଦାୟର ଲୋକମାନେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି ବୋଲି ସରକାରୀ ମୁଖପାତ୍ର ତଥା ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଦିବାସୀ ଏବଂ ଚା ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଗ୍ରହଣ କରି ଆସାମ କ୍ୟାବିନେଟ୍ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନକୁ ଓରଙ୍ଗ ଜାତୀୟ ଉଦ୍ୟାନ ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୭୯.୨୮ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସାରିତ ହୋଇ ରହିଥିବା ଏହି ଉଦ୍ୟାନକୁ ୧୯୮୫ ରେ ଏକ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ୧୯୯୯ ରେ ଏକ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଥିଲା।

ଡାରାଙ୍ଗ ଏବଂ ସୋନିଟପୁର ଜିଲ୍ଲାର ବ୍ରହ୍ମପୁତ୍ରର ଉତ୍ତର କୂଳରେ ଅବସ୍ଥିତ ଏହି ଜାତୀୟ ଉଦ୍ୟାନଟି ରୟାଲ ବେଙ୍ଗଲ ଟାଇଗର, ଇଣ୍ଡିଆନ୍ ରିନୋସ୍, ପିଗି ହଗ୍ ଏବଂ ବଣୁଆ ହାତୀ ଭଳି ବନ୍ୟଜନ୍ତୁମାନଙ୍କ ପାଇଁ ଜଣାଶୁଣା।

Comments are closed.