Latest Odisha News

BREAKING NEWS

ଟିକାର ପ୍ରଭାବକୁ ଅକାମି କରିଦେଇପାରେ କରୋନାର ନୂଆ ପ୍ରଜାତି ‘ମ୍ୟୁ’

ଜେନେଭା: କରୋନାର ନୂତନର ପ୍ରଜାତି ‘ମ୍ୟୁ’ ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି। ଏହି ନୂଆ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ହୁ କହିଛି।

‘ମ୍ୟୁ’- ଏହାର ବୈଜ୍ଞାନିକ ନାମ B.1.621 ଭାବରେ ଜଣାଶୁଣା। ଏହା ପ୍ରଥମେ ଜାନୁୟାରୀ ୨୦୨୧ରେ କଲମ୍ବିଆରେ ପ୍ରଥମେ ଚିହ୍ନଟ ହୋଇଥିଲା। ଏହାପରଠୁ ଦକ୍ଷିଣ ଆମେରିକା ଏବଂ ୟୁରୋପରେ ମାମଲା ବୃଦ୍ଧି ଘଟିଥିଲା।

ବ୍ରିଟେନ, ୟୁରୋପ, ଆମେରିକା ଏବଂ ହଂକଂରେ ‘ମ୍ୟୁ’ ଭାରିଆଣ୍ଟର ମାମଲା ମଧ୍ୟ ରିପୋର୍ଟ କରାଯାଇଛି।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ନୂତନ ପ୍ରଜାତି ମ୍ୟୁ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।

ଯଦିଓ କ୍ରମାଗତ କରୋନା ମାମଲାଗୁଡ଼ିକ ମଧ୍ୟରେ ମ୍ୟୁ ଭାରିଆଣ୍ଟର ପ୍ରାଦୁର୍ଭାବ ବର୍ତ୍ତମାନ ୦.୧% ରୁ କମ୍, କଲମ୍ବିଆ (୩୯%) ଏବଂ ଇକ୍ୟୁଏଡର୍ (୧୩%) ରେ ଏହାର କ୍ରମାଗତ ଭାବରେ ବୃଦ୍ଧି ପାଇଛି ବୋଲି ଏଥିରେ କୁହାଯାଇଛି।

ହୁ ର କହିବା ମୁତାବକ, ନୂଆ ଭାରିଆଣ୍ଟ ‘ମ୍ୟୁ’ ଟିକାର ପ୍ରଭାବକୁ ଅକାମି କରିଦେଇପାରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେଲ୍‌ଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

Comments are closed.