Latest Odisha News

BREAKING NEWS

[ଭିଡିଓ] ତାଲିବାନକୁ ନେଇ ମୁହଁ ଖୋଲିଲେ ଅଭିନେତା ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ଭିନ୍ନ ଢଙ୍ଗରେ ରାଜନୈତିକ ବିଶ୍ଳେଷଣ ପାଇଁ ପ୍ରାୟତଃ ସମୟ ଚର୍ଚ୍ଚାରେ ରହିଥାନ୍ତି ଭେଟେରାନ୍ ଅଭିନେତା ନସିରୁଦ୍ଦିନ୍ ଶାହ । ନିକଟରେ ତାଲିବାନର ଆଫଗାନିସ୍ତାନ କବ୍‌ଜାକୁ ସେ ନିନ୍ଦା କରିଛନ୍ତି । ଏପରିକି ତାଲିବାନର ବିଜୟକୁ ସ୍ୱାଗତ କରିଥିବା ଭାରତୀୟ ମୁସଲମାନଙ୍କୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି ।

ଏକ ଭିଡିଓ ପ୍ରସ୍ତୁତ କରି ନସିରୁଦ୍ଦିନ୍ ଶାହ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ସିଧାସଳଖ ତାଲିବାନ ବିରୋଧୀ ମନ୍ତବ୍ୟ ଦେବା ସହ ତାଙ୍କୁ ସମର୍ଥନ କରିଥିବା ଭାରତୀୟ ଇସଲାମଧର୍ମୀଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ସାରା ବିଶ୍ୱରେ ହିନ୍ଦୁସ୍ତାନୀ ଇସଲାମକୁ ସେ ପ୍ରଶଂସା କରିବା ସହ ସମସ୍ତଙ୍କଠାରୁ ଭିନ୍ନ ବୋଲି ଭିଡିଓରେ ବିବେଚନା କରିଛନ୍ତି । ସୋସିଆଲ୍ ମିଡିଆରେ ବରିଷ୍ଠ ଅଭିନେତାଙ୍କ ଏଭଳି ମନ୍ତବ୍ୟକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା ।

Leave A Reply

Your email address will not be published.