Latest Odisha News

BREAKING NEWS

ଠିକା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ସବୁଦିନ ଭଳି ଗତକାଲି ମଧ୍ୟ ସେ ନାଲକୋ ଡ୍ୟୁଟି ଯାଇଥିଲେ । ତେବେ ଆଜି ସକାଳୁ FCI ଚର୍ଚ୍ଚ ନିକଟରେ ରକ୍ତାକ୍ତ ମୃତଦେହ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତାଙ୍କ ପର୍ସରେ ଥିବା ଆଇକାର୍ଡ଼ରୁ ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା ।

ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଖରେ ତାଙ୍କ ମୋଟରସାଇକେଲ ଓ ପକେଟ ବଦଳରେ ଅଣ୍ଟାରେ ପର୍ସ ଏବଂ ମୃତଦେହ ଉପରେ ଗାଡିର ଚାବି ପଡିଛି । ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ ନିକଟରେ କିଛି ରକ୍ତ ମଧ୍ୟ ପଡି ନଥିବା ଦେଖାଯାଇଛି । ଏହି ସବୁ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ଏଠାରେ ଆଣି ଫୋପାଡ଼ି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ।

Leave A Reply

Your email address will not be published.