ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଲେ ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ । ସ୍କୁଲର ବିକାଶକୁ ନୂଆ ଦିଶା ଦେଇଛନ୍ତି ଅଶୋକ କୁମାର ଶତପଥୀ । ପୁରାତନ ଛାତ୍ରଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିର ବିକାଶ କରାଇଛନ୍ତି ।
Meet Shri Ashok Kumar Satpathy from Bhadrak, #Odisha, recipient of National Awards to Teachers 2021. Shri Satpathy coordinated with the alumnis of the school to improve its teaching/learning infrastructure.#OurTeachersOurHeroes @dpradhanbjp @CMO_Odisha @SMEOdisha @DM_Bhadrak pic.twitter.com/Y5aOa70kHN
— PIB in Odisha (@PIBBhubaneswar) September 5, 2021
ସେହିପରି କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଥିଲେ । ଗୀତ ମାଧ୍ୟରେ ପିଲାଙ୍କୁ ପାଠ ପଢ଼ାନ୍ତି ଅଜିତ ସାର । ତାଙ୍କର ପଢ଼ାଇବା ଶୈଳୀ ବି ଛାତ୍ରଛାତ୍ରୀଙ୍କୁ ବେଶ ପସନ୍ଦ ଆସିଥାଏ ।
Meet Shri Ajit Kumar Sethy, from Chatrapur, Ganjam, #Odisha, recipient of National Awards to Teachers 2021. Shri Sethy uses ICT intervention and music to make teaching innovative and exciting.#OurTeachersOurHeroes @dpradhanbjp @CMO_Odisha @SMEOdisha @Ganjam_Admin pic.twitter.com/B33FzbQ6M1
— PIB in Odisha (@PIBBhubaneswar) September 5, 2021
ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଶିକ୍ଷକଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଏଥିସହ ଗୁରୁ-ଶିକ୍ଷ୍ୟ ପରମ୍ପରା ବାବଦରେ ମତ ରଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Comments are closed.