Latest Odisha News

BREAKING NEWS

ସଶସ୍ତ୍ର ବାହିନୀ ପଢିବେ ଭଗବତ୍‌ ଗୀତା

ନୂଆଦିଲ୍ଲୀ: ସେନା ଏବଂ ବାୟୁସେନାର ଅଧିକାରୀଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବତ୍‌ ଗୀତା ଏବଂ କୌଟିଲ୍ୟାଙ୍କ ଅର୍ଥଶାସ୍ତ୍ର ଉପରେ ଶିକ୍ଷା ପ୍ରଦାନ କରାଯିବ। ଏହାକୁ ସେମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିବେଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ କଲେଜ ଅଫ୍ ଡିଫେନ୍ସ ମ୍ୟାନେଜମେଣ୍ଟ (ସିଡିଏମ୍) ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକ ଉପରେ ଗବେଷଣା ଆରମ୍ଭ କରିଛି ଯାହା ଆଧୁନିକ ଯୁଦ୍ଧ ଏବଂ ସାମରିକ ଶାସନ ସହ ଜଡିତ ଏବଂ ଦୁଇଟି ପ୍ରାଚୀନ ଗ୍ରନ୍ଥ – ଭଗବଦ୍ ଗୀତା ଏବଂ ଅର୍ଥଶାସ୍ତ୍ରର ସୁପାରିଶ କରିଛି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆର୍ମି ମୁଖ୍ୟାଳୟରେ ଅବସ୍ଥାପିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଭଗବଦ୍ ଗୀତା ହେଉଛି ସାମରିକ ତତ୍ତ୍ବ ଯୁଦ୍ଧ ଏବଂ ଜୀବନର ନୈତିକତା ବିଷୟରେ ଏକ ଜ୍ଞାନର ଭଣ୍ଡାର। ଏହି ପୌରାଣିକ ଗ୍ରନ୍ଥ ଆମର ଅଧିକାରୀ ଏବଂ ଯବାନମାନଙ୍କୁ ଏକ ସ୍ୱଦେଶୀ ଦୃଷ୍ଟିକୋଣ ଦେଖାଇଥାଏ। ପ୍ରାଚୀନ ଭାରତର ବହୁ ଚମତ୍କାର ଗ୍ରନ୍ଥ ମଧ୍ୟରୁ ଏହା ଅନ୍ୟତମ। ଯାହା ରାଜନୀତି, ସାମରିକ ଚିନ୍ତାଧାରା ଏବଂ ବୁଦ୍ଧିର ଜଟିଳ ଅନ୍ତରାଳ ବିଷୟରେ ଜ୍ଞାନ ପ୍ରଦାନ କରିଥାଏ।”

ତେବେ ସେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଏହି ପାଠ୍ୟକ୍ରମ କେବେ ଆରମ୍ଭ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ।

Comments are closed.