Latest Odisha News

BREAKING NEWS

କାର ସହ ୧୩୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ଗଜପତି : ପୁଣି ଆନ୍ତରାଜ୍ୟ ଗଂଞ୍ଜେଇ ଚୋରା ଚାଲାଣ ରାକେଟ ଠାବ । ଗଜପତି ଜିଲ୍ଲା ମୋହନା ପୋଲିସ ଜରଉ ଘାଟିରୁ କାର ସହ ୧୩୨ କେଜି ଗଞ୍ଜେଇ ଜବତ ହୋଇଛି । ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଆଜି ଗୋବିନ୍ଦପୁର ଓ ଜରଉ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିଲା । ଜରଉ ଘାଟିରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ, ସେଥିରୁ ୪ ବସ୍ତା ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ମୋଟ୍ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇ ରା.ଉଦୟଗିରି ଥାନା ବୋରିପଦର ଅଞ୍ଚଳରୁ ବିହାରକୁ ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ ।

Comments are closed.