Latest Odisha News

BREAKING NEWS

ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତରୁ ଏକ ବଡ଼ ଏବଂ ରୋମାଞ୍ଚକର ଖବର ସାମ୍ନାକୁ ଆସିଛି । ୧୯ ବର୍ଷରୁ କମ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଧୀରେ ଧୀରେ ଲୟକୁ ଫେରିବା ସହ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ପ୍ରଦର୍ଶନ ନେଇ ବୀରେନ୍ଦ୍ର ସନ୍ତୋଷ ବ୍ୟକ୍ତ କରିଛନ୍ତି ।  ଭାରତୀୟ ଦଳର ପୂର୍ବତନ ବିସ୍ଫୋରକଙ୍କ ପୁଅ ଆର‌୍ୟ୍ୟବୀର ସେହ୍ୱାଗ ଭିନୁ ମଙ୍କଡ଼ ଟ୍ରଫିରେ ଏକ ଅତି ଚମତ୍କାର ଓ ବିଧ୍ୱଂସୀ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀ ଟ୧୯ ଦଳର ଅଧିନାୟକ ତଥା ଓପନର୍ ଆର‌୍ୟ୍ୟବୀର ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୪୩ ବଲ୍‌ରୁ ୧୭୩ ରନ୍‌ର ଏକ ଦମଦାର ପାଳି ଖେଳିଛନ୍ତି ।

ତାଙ୍କର ଏହି ଐତିହାସିକ ଇନିଂସରେ ୧୯ଟି ଚୌକା ଏବଂ ୮ଟି ବିଶାଳ ଛକା ସାମିଲ ଥିଲା।  କେବଳ ବାଉଣ୍ଡ୍ରିରୁ ହିଁ ସେ ୧୨୪ ରନ୍ ସଂଗ୍ରହ କରିଥିଲେ, ଯାହା ଠିକ୍ ତାଙ୍କ ପିତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀର ସ୍ମୃତିକୁ ସତେଜ କରିଦେଇଛି । ଏହି ମ୍ୟାଚ୍‌ରେ ଦିଲ୍ଲୀ ଦଳ ଏକ ପ୍ରକାର ପ୍ରାଣାନ୍ତକ ପରିସ୍ଥିତିରେ ଥିବାବେଳେ, ଆର‌୍ୟ୍ୟବୀରଙ୍କ ଏହି ସାହସିକତା ଇନିଂସ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୮୯/୬ ରନ୍‌ର ଏକ ମଜବୁତ ସ୍କୋର ଛିଡ଼ା କରିପାରିଥିଲା ।

Leave A Reply

Your email address will not be published.