ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ୩୬୮ ରନର ଟାର୍ଗେଟକୁ ପିଛା କରି ଘରୋଇ ଦଳ ୨୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ରରୀ ବର୍ଣ୍ଣସ(୫୦) ଓ ହସିବ ହମୀଦ(୬୩) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜୋ ରୁଟ ୩୬ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି ଏବଂ ଯଶପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ ।
ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୯୧ ରନ ଜବାବରେ ଇଂଲଣ୍ଡ ୨୯୦ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନ କରିଥିଲା । ୧୦୦ ରନରେ ପ୍ରଥମ ଉଇକେଟ ହରାଇଥିବା ଇଂଲଣ୍ଡ ନାଟକୀୟ ଢ଼ଙ୍ଗରେ ଆଉ ୫ଟି ଉଇକେଟ ୪୭ ରନରେ ହରାଇଥିଲା । ଏହା ପରେ ଭାରତୀୟ ବୋଲର ତାଙ୍କୁ ଆଉ ପ୍ରତ୍ୟାବର୍ତନ କରିବା ସୁଯୋଗ ଦେଇ ନ ଥିଲେ । ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
BREAKING NEWS
- ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି
- ସ୍ମାର୍ଟଫୋନକୁ ପ୍ରତିଦିନ ରିଷ୍ଟାର୍ଟ କରିବା ଉଚିତ କି? ଜାଣନ୍ତୁ ଏହା ପଛର ଫାଇଦା ଓ କ୍ଷତି
- ସୋନାରପୁରରେ ଅଭିଷେକ ବନାର୍ଜୀଙ୍କ ଉପରେ ଆକ୍ରମଣ ମାମଲା, ୫ ଜଣଙ୍କୁ ଗିରଫ କଲା ପୋଲିସ
- ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି ଶୁଳ୍କ
- ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼: ଅଡିଟ୍ ଘେରରେ ପରିବହନ ବିଭାଗ, ଜବାବ ମାଗିଲେ ଅକାଉଣ୍ଟାଣ୍ଟ ଜେନେରାଲ
- ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ: ବିଜେପି ଉପରେ ବର୍ଷିଲେ ମମତା, ସାହାଯ୍ୟର ହାତ ବଢ଼ାଇଲେ ରାହୁଲ
- Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!
- ଜୁନରୁ ବଦଳିବ ପର୍ସନାଲ ଫାଇନାନ୍ସ ନିୟମ: ଟ୍ୟାକ୍ସ ୟୁପିଆଇ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର
- MEA Security: CISF ହାତକୁ ଗଲା ବୈଦେଶିକ ମନ୍ତ୍ରଣାଳୟର ସୁରକ୍ଷା, ୯୦ ଜଣ ଜଗିବେ ସୁଷମା ସ୍ୱରାଜ ଭବନ
- Myanmar President in India: ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି, ଏସ. ଜୟଶଙ୍କରଙ୍କୁ ଭେଟି ଏହି ପ୍ରସଙ୍ଗରେ କଲେ ଆଲୋଚନା…
Comments are closed.