ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ୩୬୮ ରନର ଟାର୍ଗେଟକୁ ପିଛା କରି ଘରୋଇ ଦଳ ୨୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ରରୀ ବର୍ଣ୍ଣସ(୫୦) ଓ ହସିବ ହମୀଦ(୬୩) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜୋ ରୁଟ ୩୬ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି ଏବଂ ଯଶପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ ।
ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୯୧ ରନ ଜବାବରେ ଇଂଲଣ୍ଡ ୨୯୦ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନ କରିଥିଲା । ୧୦୦ ରନରେ ପ୍ରଥମ ଉଇକେଟ ହରାଇଥିବା ଇଂଲଣ୍ଡ ନାଟକୀୟ ଢ଼ଙ୍ଗରେ ଆଉ ୫ଟି ଉଇକେଟ ୪୭ ରନରେ ହରାଇଥିଲା । ଏହା ପରେ ଭାରତୀୟ ବୋଲର ତାଙ୍କୁ ଆଉ ପ୍ରତ୍ୟାବର୍ତନ କରିବା ସୁଯୋଗ ଦେଇ ନ ଥିଲେ । ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
BREAKING NEWS
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
Comments are closed.