Latest Odisha News

BREAKING NEWS

ଓଲଟିଲା ଡଙ୍ଗା,୬ ନିଖୋଜ

ଉତ୍ତର ପ୍ରଦେଶ : ମିର୍ଜାପୁରରେ ଅଘଟଣ । ମିର୍ଜାପୁର ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଓଲଟିଲା ଡଙ୍ଗା । ୬ ଜଣ ପାଣିରେ ବୁଡିଯାଇ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ମା ବିନ୍ଧ୍ୟବାସିନୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଲୋକମାନେ ଯାଉଥିବା ସମୟରେ ଏପରି ଅଘଟଣ ଘଟିଛି ।

ଡଙ୍ଗାରେ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଖୋଜ ମାନଙ୍କୁ ଖୋଜା ଚାଲିଛି। ଡଙ୍ଗାରେ ସକ୍ଷମଠାରୁ ଅଧିକ ଲୋକ ବସିଥିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲା ।ପୂର୍ବରୁ ୨୦୨୧ ମସିହା ଆରମ୍ଭରୁ ମଧ୍ୟ ବିନ୍ଧ୍ୟାଚଳରେ ଏପରି ବଡ ଦୁର୍ଘଟଣା ହୋଇଥିଲା। ବିନ୍ଧ୍ୟାଚଳ ଶିବପୁର ରାମଗୟା ଘାଟରେ ଡଙ୍ଗା ବୁଡିଯାଇଥିଲା।

Comments are closed.