Latest Odisha News

BREAKING NEWS

ମୁକବଧିର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୁକବଧିର ମହାବିଦ୍ୟାଳୟର  +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ,  ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କ ସହ ବିଧାୟକ ଦେବୀ ପ୍ରସାଦ ମିଶ୍ର , ଅନନ୍ତ ନାରାୟଣ ଜେନା , ଅମରେଶ ଜେନା ଓ ମନୋଜ କୁମାର ନନ୍ଦ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ସହ ୨ ହଜାର ଟଙ୍କାର ଚେକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରିତା ପ୍ରଧାନ – ୪୫୧ , ରାଜେଶ ସାହୁ – ୪୪୮, ବିଶ୍ଵଜିତ ରାୟ – ୪୪୫, ମାନସ କହର – ୪୪୪ ଓ ଉମା ଶଙ୍କର ଠାକୁର – ୪୩୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ଶୁଣି ପାରୁନଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର , ସୁରେଶ କୁମାର ଜେନା , ନିବେଦିତା ମିଶ୍ର ଓ ପ୍ରସନ୍ନା ଦାଶ ସାଙ୍କେତିକ ଭାଷାରେ ଅନୁବାଦନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ୱେଲଫେୟାର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜା ଲକ୍ଷ୍ମୀ ମହାପାତ୍ର ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ପୁର୍ଣ୍ଣେନ୍ଦୁ ଶେଖର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.