Latest Odisha News

BREAKING NEWS

ମୁମ୍ବାଇରେ ବଡା ପାଓ ଖାଇଲେ ବ୍ରିଟିଶ ହାଇ କମିଶନର

ମୁମ୍ବାଇ: ମହାରାଷ୍ଟ୍ରର ଲୋକପ୍ରିୟ ଖାଦ୍ୟ ହେଉଛି ବଡା ପାଓ। ବଡା ପାଓ ଖାଇଲେ ବ୍ରିଟିଶ ହାଇ କମିଶନର। ଏହାପୂର୍ବରୁ ବ୍ରିଟିଶ ହାଇ କମିଶନର ଦକ୍ଷିଣ ଭାରତୀୟ ଡିସ୍‌ ତଥା ଲୋକପ୍ରିୟ ବ୍ୟଞ୍ଜନ ଦୋସା ଖାଇବାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଥିଲା। ତାଙ୍କ ହାତରେ ଡୋସା ଖାଇବାର ଏକ ଭିଡିଓ ଅଗଷ୍ଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସେ ଏହାକୁ ବହୁତ ପସନ୍ଦ କରିଥିଲେ। ତେବେ ଏଥର ତାଙ୍କ ହାତରେ ଭଡା ପାଓ ଥିବା ଏକ ଫଟୋ ଅନଲାଇନରେ ଭାଇରାଲ ହୋଇଛି। ବ୍ରିଟିଶ ହାଇ କମିଶନରଙ୍କୁ ମୁମ୍ବାଇ ଗେଟୱେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ଟ୍ୱିଟରରେ ଏହା ଅପଲୋଡ୍ ହେବା ପରେ ତାଙ୍କ ଫଟୋକୁ ୨୦,୦୦୦ ରୁ ଅଧିକ ଲାଇକ୍ ମିଳିଥିଲା। ଏହା ସହ ବେଶ୍‌  ଭାଇରାଲ ମଧ୍ୟ ହୋଇଥିଲା।

ଭାରତ ପ୍ରତି ତାଙ୍କର ପ୍ରେମ ହେତୁ ଆଲେକ୍ସ ଏଲିସ୍ ସୋସିଆଲ ମିଡିଆରେ ବହୁ ଲୋକପ୍ରିୟତା ହାସଲ କରିଛନ୍ତି।

Leave A Reply

Your email address will not be published.