ଶିମଲା : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା । କୁଲୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇଛି । ଫଳରେ ଶୋଜା ନିକଟରେ ୩୦୫ ନମ୍ବର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ତେବେ ଭୁସ୍ଖଳନରେ କୌଣସି ମୃତାହତଙ୍କ ସୂଚନା ନଥିବାବେଳେ ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସ୍ଥାନୀୟ ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଆଜି ସକାଳେ ଏହି ଭୁସ୍ଖଳନ ହୋଇଥିଲା । ଫଳରେ ୩୦୫ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଯାତାୟତକୁ ସ୍ବାଭାବିକ୍ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୨ ତାରିଖ ପର୍ଯ୍ୟନ୍ତ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ସେହିପରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା ।
Comments are closed.