Latest Odisha News

BREAKING NEWS

ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ

କଟକ: କଟକ ବଡ଼ ଡାକ୍ତରଖାନାର ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ । ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ। ତେବେ କାହାରି କିଛି କ୍ଷତି ହୋଇନାହିଁ । କଂପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି । କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍‌ କଟା ବନ୍ଦ ରହିଥିଲା।

୨୪ ଘଣ୍ଟାରେ କଟକରେ ପ୍ରାୟ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଜଳ ଜମି ଯାଇଛି। ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୨୦୦ଟି ପମ୍ପକୁ ନିୟୋଜିତ କରାଯାଇଛି। ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି । ତଳ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି

Comments are closed.