Latest Odisha News

BREAKING NEWS

ସିଲଭର ସ୍କ୍ରିନକୁ ପୁନର୍ବାର ଫେରୁଛନ୍ତି ଫରଦୀନ

ମୁମ୍ବାଇ: ଫିରୋଜ ଖାଁଙ୍କ ପୁତ୍ର ଫରଦୀନ ଖାଁ ପୁନର୍ବାର ସିଲଭର ସ୍କ୍ରିନକୁ ଫେରୁଛନ୍ତି । ୨୦୧୦ରେ ଦୁହ୍ଲା ମିଲ ଗୟା ଫିଲ୍ମ ପରେ ସେ ବ୍ରେକ୍ ନେଇ ଯାଇଥିଲେ । ଏହା ପରେ ତାଙ୍କର ମୋଟା ଶରୀର ବିଭିନ୍ନ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହୋଇଥିଲା । ଏବେ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଫିଟ କରି ସାରିଛନ୍ତି । ରିପୋର୍ଟ ମୁତାବକ ସଞ୍ଜୟ ଗୁପ୍ତାଙ୍କ ପ୍ରଡକ୍ସନରେ ନିର୍ମିତ ହେବାକୁ ଯାଉଥିବା ବିସ୍ଫୋଟକ ଫିଲ୍ମରେ ସେ ରିତେଶ ଦେଶମୁଖଙ୍କ ସହ ଅଭିନୟ କରିବେ । ତେବେ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଫରଦୀନ ଏକ ସାକ୍ଷାତକାରରେ କହିଥିଲେ ସେ ଏବଂ ତାଙ୍କ ପତ୍ନୀ ନତାଶା ବ୍ୟକ୍ତିଗତ କାରଣ ଯୋଗୁ ଲଣ୍ଡନରେ ରହିଥିଲେ । ସେଠାରେ ଦୀର୍ଘ ୧୨ ବର୍ଷ ପରେ ଆମେ ବହୁ କଷ୍ଟରେ ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲୁ । ଜୀବନ ଯେତିକି ସହଜ ପ୍ରକୃତରେ ସେତିକି ନାହିଁ ବୋଲି ସେ କହିଥିଲେ ।

Leave A Reply

Your email address will not be published.