କୋରାପୁଟ : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଗୁମ୍ମା ଏରିଆ କମିଟିର ସଦସ୍ୟ ସୋନାଲ ମାଡ଼ଭି ଓରଫ କିରଣ । ଗତ ୨୦୧୨ ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ ) ସଙ୍ଗଠନରେ ସେ ଯୋଗ ଦେଇଥିଲା । ପୂର୍ବରୁ କୋରାପୁଟ ଜିଲ୍ଲାରେ ତାଙ୍କ ପତ୍ନୀ ତାଳସେ ହୁଇକା ଆତ୍ମସମର୍ପଣ କରିବା ପରେ ସେ ମଧ୍ୟ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଡିଆଇଜି ସୂଚନା ଦେଇଛନ୍ତି । ସରକାରଙ୍କ ଥଇଥାନ ନିମୟ ଅନୁସାରେ କିରଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି । କୋରାପୁଟ ଏସପି ବରୁଣ ଗୁଣ୍ଠାପାଲ୍ଲି ଓ ବିଏସଏଫ ଦୁର୍ଗପତି ଏସ.ଏସ. ପାନଓ୍ବାର ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
BREAKING NEWS
- ବିଧାୟକ ଆକ୍ରମଣ ଘଟଣା: ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍
- ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?
- ଇମ୍ରାନ ସମର୍ଥକ ରାଲିରେ ହିଂସା: ୫ ମୃତ, ସୁଟ୍ ଆଟ୍ ସାଇଟ୍ ଅର୍ଡର ଜାରି
- ବିସ୍ଫୋରଣରେ ଦୋହଲିଲା ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍!
- ୨୬/୧୧: ମନେପଡେ ସେଦିନର ଲୋମହର୍ଷଣକାରି ଘଟଣା
- ସରକାରଙ୍କ ବଡ ଘୋଷଣା: ପ୍ୟାନ-୨.୦କୁ ଅନୁମୋଦନ
- ପୁଣି କଳାକନା ବୁଲାଇଲେ ଲୁଟେରା, ୪ଟି ମନ୍ଦିରରୁ ସିରିଜ୍ ଲୁଟ୍
- ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
- ନନ୍ଦନକାନନକୁ ଆସିଲେ ନୂଆ ଅତିଥି
- ବଢୁଛି ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର, ଗିରଫ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁ
Comments are closed.