ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ୨ ଯୁବକଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଥିଲା । ଗିରଫ ୨ ଯୁବକ ହେଲେ ଝାଡଖଣ୍ଡ ଧାନବାଦର ଚନ୍ଦନ କୁମାର ରଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏମାନଙ୍କ ନାଁରେ ମୁନିଗୁଡା ଥାନା କେଶ ନମ୍ବର ୧୨୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ଆଉ କିଛି ମାଫିଆ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମୁନିଗୁଡା ଥାନା ଅଧିକାରୀ ।
BREAKING NEWS
- ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି
- ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?
- ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର
- ‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’
- ମୋଦୀଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଜିଭ ଖସିଯିବାରୁ ହୋଇଛି କହିଲେ ସମ୍ବିତ ପାତ୍ର
- ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯିବେ ଧୋନୀ
- ‘ଜନତା ଚୁପ୍ ଅଛନ୍ତି, ମୁଁ ଭାବୁଛି ଏଥର ପରିବର୍ତ୍ତନ ସୁନିଶ୍ଚିତ’
- ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର
- ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି