Latest Odisha News

BREAKING NEWS

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦେଶୀ ପିସ୍ତଲ ସହ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏକ ଦେଶୀ ପିସ୍ତଲ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ବଲାଙ୍ଗୀର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ନରେଶ ନାଗ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପ୍ୟାଲେସଲାଇନ ଅଞ୍ଚଳର ବାସିନ୍ଦା । ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳେ ନରେଶ ତାଙ୍କ ମୋଟରସାଇକେଲରେ ଯାଉଥିବା ବେଳେ ଗାଡ଼ି ନିୟନ୍ତ୍ରଣ ହରାଇବାରୁ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ପଡ଼ିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ସୁରାକ ପାଇ ପୋଲିସ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲା । ସେଠାରେ ଅଭିଯୁକ୍ତ ଜଣକ ପଡ଼ିଥିବା ବେଳେ ପିସ୍ତଲଟିକୁ ମଧ୍ୟ ପୋଲିସ ଜବତ କରିଥିଲା । ପୋଲିସ ତୁରନ୍ତ ସେଠାରେ ତାଙ୍କୁ ଗିରଫ କରିବା ସହିତ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ଏବେ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇଯାଇଥିବା ବେଳେ ଏହି ଘଟଣା ସାଧାରଣରେ ଆତଙ୍କ ଖେଳାଇ ଦେଇଛି ।

Leave A Reply

Your email address will not be published.