Latest Odisha News

BREAKING NEWS

ଜଣଙ୍କୁ କଚାଡି ମାରିଲା ହାତୀ, ଆଉ ଜଣେ ଗୁରୁତର

ପାଟଣାଗଡ଼(ବଲାଙ୍ଗିର): ହାତୀ ଆକ୍ରମଣରେ ଜଣେ ମୃତ । ଆଉ ଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଏହି ଘଟଣା ଘଟିଛି । ଗତ କିଛି ଦିନ ହେବ ଗାଁ ନିକଟରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଦୁଇ ଦିନରେ ଦୁଇ ଜଣଙ୍କର ଜୀବନ ଗଲାଣି ।

ଗତକାଲି ବିଳମ୍ବିତ ରାତ୍ରରେ ଯାଦବ ରଣା (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଥିବା ବେଳେ ଆଜି ସକାଳୁ ହାତୀ ଆକ୍ରମଣରେ ମଚାଇ ତରଣୀ ଶବର (୩୬) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତ କିଛିଦିନ ହେଲା ହାତୀ ମାନେ ଆସି ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ ଅଂଚଳ ବ୍ରାହ୍ମଣୀ, ତୁର୍ଲା, ଦାନାମାଲ, ଝାଙ୍କରିପାଲି ଆଦି ଗାଁରେ ହାତି ଉପଦ୍ରବ ଜାରି ରହିଛି । ବ୍ୟାପକ ଫସଲ ଓ ଧନସମ୍ପତ୍ତି ନଷ୍ଟ କରୁଛନ୍ତି । ସ୍ଥାନୀୟ ଲୋକ ହାତୀଙ୍କୁ ଘଉଡ଼ାଇବା ପାଇଁ ବାରମ୍ବାର ଖପ୍ରାଖୋଲ ବନବିଭାଗକୁ ଅଭିଯୋଗ କରିଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.