Latest Odisha News

BREAKING NEWS

ସଂଘମିତ୍ରା ଭଞ୍ଜ ପାଇଲେ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅଷ୍ଟମ ବିଜୟିନୀ ସ୍ମୃତି ସଭା ଓ ବିଜୟିନୀ ପତ୍ରିକା – ୨୦୨୧ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଛି।

ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ “ବିପଦ ହିଁ ବିବର୍ତ୍ତନର ଜନନୀ” ପ୍ରସଙ୍ଗରେ ପତ୍ରିକାଟି ପ୍ରକାଶ ପାଇଛି।

ବିଜୟିନୀ ସ୍ମୃତି ଟ୍ରଷ୍ଟର ସଭାପତି ଇନ୍ଦ୍ରମଣି ଜେନାଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଗୌରହରି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ବିଶ୍ୱ ରଞ୍ଜନ , ସ୍ୱର୍ଣ୍ଣମୟୀ ତ୍ରିପାଠୀ ଏବଂ ଆଦିକନ୍ଦ ସାହୁଙ୍କ ସହ ୪୦ ଜଣ ଲେଖକ, ଲେଖିକା ଯୋଗ ଦେଇଥିଲେ।

Comments are closed.