Latest Odisha News

BREAKING NEWS

କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ ଅନୁଷ୍ଠିତ

ଭୁବନେଶ୍ୱର : ଆଇ ମ୍ୟୁଜିକ ରୁମର ପ୍ରତିଷ୍ଠାତା ତଥା ଓଡ଼ିଶାର ମୁକେଶ ଭାବରେ ପରିଚିତ କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ସ୍ଥାନୀୟ ଗୌତମ ନଗରସ୍ଥିତ ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି।

ସ୍ୱର୍ଗତଃ ଦାସ ରାଜ୍ୟର ଅନେକ ମଞ୍ଚରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରଚ୍ଛଦ ଗାୟକ ମୁକେଶଙ୍କର ସଙ୍ଗୀତ ପରିବେଷଣ କରି ଲୋକପ୍ରିୟ ହୋଇପାରିଥିଲେ। ଏହାସହ ବିଗତ ୨୪ ବର୍ଷ ଧରି ସେ ମୁକେଶଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ପାଳନ କରିଆସୁଥିଲେ।

ସ୍ୱର୍ଗତଃ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ଶିଲା ଦାସ, ପୁତ୍ର ସୁରଜ ଦାସ, ପ୍ରସନ୍ନ କୁମାର ସାହୁ, ସୀମା ମହାନ୍ତି , କୁମାର ଗୌରବ ପଣ୍ଡା, ଲୋଭା ବିଶ୍ୱାଳ, ପ୍ରଣବ ପଟ୍ଟନାୟକ, ଗୌତମ ଗିରିଙ୍କ , ଦିଲ୍ଲୀପ ହାଲି, ଗୁଳସନ ନଦୀମ, ଜେନାମଣି ସଞ୍ଜୀବ କୁମାର ଅବନୀକାନ୍ତ ଦାସ ଏବଂ ଚିନ୍ତାମଣି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.