Latest Odisha News

BREAKING NEWS

ଆଜି ଓଡ଼ିଶାର ୨ଟି ସ୍ଥାନରେ ଅମିତ ଶାହ ଜନସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସି ୨ଟି ନିର୍ବାଚନୀ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଦଳୀୟ ଗସ୍ତ ସୂଚନାନୁଯାୟୀ ଅମିତ ଶାହ ନୂଆଦିଲ୍ଲୀରୁ ମଧ୍ୟପ୍ରଦେଶର ଜଗଦ୍ଦଲପୁର ଏୟାରଷ୍ଟ୍ରିପରେ ଦିବା ୯ଟା ୩୦ରେ ପହଞ୍ଚିବେ । ତେବେ ଜଗଦ୍ଦଲପୁରରୁ ଗଜପତି ଜିଲ୍ଲା କାଶୀନଗରକୁ ଯାଇ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ସେଠାରେ ମଧ୍ୟାହ୍ନ ୧୨ଟାରେ ନିର୍ବାଚନୀ ସଭା ଆୟୋଜିତ ହୋଇଥିବାର ସୂଚନା ମିଳିଛି ।

କାଶୀପୁରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ଦିବା ୧.୩୦ ସମୟରେ ଜନସଭାକୁ ଉଦବୋଧନ ଦେବାର କାର୍ଯକ୍ରମ ରହିଛି ।

ସେ ଉମରକୋଟରୁ ଜଗଦ୍ଦଲପୁରଦେଇ ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।

Leave A Reply

Your email address will not be published.