Latest Odisha News

BREAKING NEWS

କଟକରେ ବ୍ୟାପିଲା ବାର୍ଡ଼ଫ୍ଲୁ, ୪୦୦ କୁକୁଡ଼ା ସହ ୬ ହଜାର ଅଣ୍ଡା ନଷ୍ଟ କଲା ଏଆରଡ଼ି

କଟକ: ପଶୁ ସଂଶାଧନ ବିକାଶ (ଏଆରଡ଼ି) ପକ୍ଷରୁ କଟକରେ ବାର୍ଡ଼ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହେବାପରେ ପଶୁ ଚିକିତ୍ସା ଦଳ ଦ୍ୱାରା ପ୍ରାୟ ୪୦୦ କୁକୁଡ଼ା ଏବଂ ୬,୦୦୦ ଅଣ୍ଡାକୁ ରବିବାର ଦିନ ନଷ୍ଟ କରିଦିଆଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ରବିବାର ଦିନ ବରିଷ୍ଠ ଏଆରଡ଼ି କର୍ତ୍ତୃପକ୍ଷ କହିଛନ୍ତି, ମିଳିଥିବା ରିପୋର୍ଟ ଅନୁସାରେ ଗତ ସପ୍ତାହକ ପୂର୍ବରୁ ଗୋଟିଏ କୁକୁଡ଼ା ଫାର୍ମରେ ବତକ ଓ କୁକୁଡ଼ା ମଡ଼କ ହୋଇଥିଲା । କଟକ ସହର ଉପକଣ୍ଠସ୍ଥ ଫୁଲନଖରାସ୍ଥିତ ପଶୁ ରୋଗ ଗବେଷଣା ଅନୁଷ୍ଠାନ (ଏଡ଼ିଆରଆଇ) ପକ୍ଷରୁ ନମୁନା ସଂଗ୍ରହ କରାଯାଇ ଭୋପାଳସ୍ଥିତ ଜାତୀୟ ପଶୁ ରୋଗ ଉଚ୍ଚ ନିରାପତ୍ତା ଅନୁଷ୍ଠାନକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା ।

ତେବେ ଏହି ନମୁନା ପଜିଟିଭ୍ ହୋଇଥିବା ବେଳେ ଏବେ କଟକରେ ବାର୍ଡ଼ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହୋଇଛି ।

କଟକରେ ବାର୍ଡ଼ଫ୍ଲୁ ବ୍ୟାପିଥିବା ଜଣାପଡ଼ିବା ପରେ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସିକ (ସିଡ଼ିଭିଓ) କଟକ ଖପୁରିଆସ୍ଥିତ ଖାନନଗରରେ ଥିବା ଫାର୍ମରେ ପ୍ରାୟ ୪୦୦ କୁକୁଡ଼ା ଏବଂ ୬,୦୦୦ ଅଣ୍ଡାକୁ ରବିବାର ଦିନ ନଷ୍ଟ କରିଦିଆଯାଇଛି ।

Leave A Reply

Your email address will not be published.