Latest Odisha News

ପୁରୁଣା ନୋଟ୍‌ ବିକ୍ରି କରି ହୋଇପାରିବେ ରାତାରାତି ଲକ୍ଷପତି!

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ପୁରୁଣା, ବିରଳ ତଥା ସଂଗ୍ରହଯୋଗ୍ୟ ନୋଟର ଚାହିଦା ବହୁଗୁଣିତ ହୋଇଛି। ସଂଗ୍ରହକାରୀମାନେ ବର୍ତ୍ତମାନ ବହୁ ମୂଲ୍ୟରେ ସଂଗ୍ରହଯୋଗ୍ୟ ନୋଟ୍ ଏବଂ ମୁଦ୍ରା କିଣିବାକୁ ଆଗ୍ରହ ଦେଖାଉଛନ୍ତି। କେତେକ ବିରଳ ମୁଦ୍ରା ଏବଂ ନୋଟ୍ ମଧ୍ୟ ଅନ୍‌ଲାଇନ୍‌ରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି।

BjdElectrycity

୭୮୬ କ୍ରମିକ ସଂଖ୍ୟା ଥିବା ଯେଉଁ ନୋଟ୍‌କୁ ବିକ୍ରି କରି ଆପଣ ଲକ୍ଷପତି ହୋଇପାରନ୍ତି। ଅର୍ଥାତ୍‌ ଯେଉଁ ପୁରୁଣା ନୋଟ୍‌ ଉପରେ ୭୮୬ ନମ୍ବର ଲେଖାଯାଇଥିବ ତାକୁ ଅନ୍‌ଲାଇନ୍‌ରେ ନିଲାମ୍‌ କରିବା ଦ୍ବାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ବର୍ଷ ବର୍ଷ ଧରି ସର୍ବଦା ସଂଗ୍ରହଯୋଗ୍ୟ ରହିଆସିଛି। ତେବେ ‘୭୮୬’ ସଂଖ୍ୟାଟି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ଯଦି ଆପଣଙ୍କ ପାଖରେ ବି ଏପରି ଏକ ନୋଟ୍ ଅଛି, ତେବେ ଆପଣ ରାତାରାତି ହୋଇପାରିବେ ଲକ୍ଷପତି। ଏହି କ୍ରମିକ ସଂଖ୍ୟା ଥିବା ପୁରୁଣା ନୋଟ୍‌କୁ ଅନ୍‌ଲାଇନ୍‌ରେ ବିକ୍ରି କରି ୩ ​​ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଆପଣ ନିଜ ମୂଲ୍ୟ ରାଶିକୁ ନୋଟ୍‌ ସହ ରଖିପାରିବେ ଯଦି କ୍ରେତାମାନେ ମୂଲ୍ୟ ଦେବାକୁ ରାଜି ହୁଅନ୍ତି ତେବେ ଆପଣ ଏହାକୁ ବିକ୍ରି କରିପାରିବେ।

ସଂଗ୍ରହକାରୀମାନେ ଇ-କମର୍ସ ପ୍ଲାଟଫର୍ମ ‘ଇବେ’ରେ ଏକ ଅନଲାଇନ୍ ନିଲାମ ପାଇଁ ନୋଟ୍‌କୁ ରଖିପାରିବେ। ଆପଣ ସେମାନଙ୍କର ପୁରୁଣା ନୋଟ ଏବଂ ମୁଦ୍ରା ବିକ୍ରୟ କରିବା ପାଇଁ କ୍ୱିକ୍ର ଏବଂ ଓଏଲ୍‌ଏକ୍ସ ପରି ଅନଲାଇନ୍ ପ୍ଲାଟ୍‌ଫର୍ମ ମଧ୍ୟ ବ୍ୟବହାର କରିପାରିବେ।

Leave A Reply

Your email address will not be published.