Latest Odisha News

BREAKING NEWS

କୁମ୍ବଲେ, ଲକ୍ଷ୍ମଣ ଓ ଜୟବର୍ଦ୍ଧନେ ମଧ୍ୟରେ କିଏ ହେବ ଟିମ୍ ଇଣ୍ଡିଆ କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ କୋଚ ଖୋଜା ହେବ । ବିସିସିଆଇ ପରୋକ୍ଷରେ ରବି ଶାସ୍ତ୍ରୀଙ୍କୁ ହଟେଇବା ନେଇ ସଙ୍କେତ ଦେଇ ସାରିଛି । ଶାସ୍ତ୍ରୀ ତାଙ୍କ ପଦରୁ ହଟିଲେ ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଓ ଶ୍ରୀଲଙ୍କା ମାହେଲା ଜୟବର୍ଦ୍ଧନେଙ୍କ ମଧ୍ୟରୁ ଜଣଙ୍କୁ ଟିମ୍ ଇଣ୍ଡିଆ କୋଚ କରାଯିବା ନେଇ ଯୋଜନା ଚାଲିଛି । ୨୦୧୬ରୁ କୁମ୍ବଲେ କୋଚ ଦାୟିତ୍ୱ ତୁଲାଇଥିଲେ । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ହାରିବା ଯୋଗୁ କୋହଲି ଓ କୁମ୍ବଲେଙ୍କ ମଧ୍ୟରେ ମତଭେଦ ହୋଇଥିଲା । ପରେ କୁମ୍ବଲେ ତାଙ୍କ ପଦ ଛାଡିଥିଲେ ।

BjdElectrycity

କୁମ୍ବଲେଙ୍କ ପ୍ରଶିକ୍ଷଣରେ ଭାରତ ୧୭ ଟେଷ୍ଟରୁ କେବଳ ଗୋଟିକରେ ହାରିଥିଲା । ସେ ସମୟରେ ଏକ ଶୃଙ୍ଖଳିତ ଟିମ ଭାବେ ଭାରତ ପରଗଣିତ ହେଊଥିଲା । ବିସିସିଆଇ ତ୍ରୁଟି ସୁଧାରିବା ପାଇଁ ଏବଂ କୁମ୍ବଲେଙ୍କ ସମ୍ମାନ ପାଇଁ ଆଉ ଥରେ କୋଚ ପଦ ପ୍ରଦାନ କରିପାରେ । ସେହିପରି ଲକ୍ଷ୍ମଣ ମଧ୍ୟ ଏବେ ଏହି ରେସରେ ସାମିଲ ହୋଇଛନ୍ତି । କ୍ରିକେଟ ସୁଧାର ସମିତି ସଦସ୍ୟ ଥିବା ବେଳେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ସହ ମିଶି କୁମ୍ବଲେଙ୍କୁ କୋଚ କରିଥିଲେ । ଏବେ ବିିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ସହିତ ଯୋଗାଯୋଗ କରିଛନ୍ତି । ଆଇପିଏଲରେ ମୁମ୍ବାଇର ଚମତ୍କାର ପ୍ରଦର୍ଶନ ପଛରେ ଲକ୍ଷ୍ମଣ ହାତ ଥିବାରୁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇପାରେ । ଶ୍ରୀଲଙ୍କାର ଜୟବର୍ଦ୍ଧନେଙ୍କ ସହ ମଧ୍ୟ ବିସିସିଆଇ ଯୋଗାଯୋଗ କରିଛି । ବିସିସିଆଇର ନିୟମ ଅନୁସାରେ ଯିଏ ଟିମ୍ ଇଣ୍ଡିଆର କୋଚ ହେବ ସେ ଅନ୍ୟ ପଦରୁ ଇସ୍ତଫା ଦେବେ । ଦେଖାଯାଉ ଆଗକୁ କିଏ ଭାରତୀୟ ଦଳର କୋଚ ହେଉଛି ।

Leave A Reply

Your email address will not be published.