Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ୱଲପୁର: ଉପରମୁଣ୍ଡରେ ବର୍ଷା କମିଛି । ହୀରାକୁଦରୁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ଆଜି ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ହୀରାକୁଦରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୩ ଫୁଟ୍ । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ୍ ପାଣି । ନିଷ୍କାସିତ ହେଉଛି ହେଉଛି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ୍ ଜଳ ।

ଆଗକୁ ଅଧିକ ଗେଟ୍ ବନ୍ଦ ହେବ । ହୀରାକୁଦରୁ ଜଳ ନିଷ୍କାସନ କମୁଥିବାରୁ ମହାନଦୀ ଅବବାହିକାରେ ବି ଜଳସ୍ତର ଧୀରେ ଧୀରେ କମିବ । ଏଥିସହ ମହାନଦୀରେ ବନ୍ୟା ଆଶଙ୍କା ବି ଟଳି ଯାଇଛି । ତେବେ କିଛି ତଳିଆ ଅଞ୍ଚଳରେ ମହାନଦୀ ଓ ଶାଖାନଦୀର ପାଣି ପ୍ରବେଶ କରିଛି ।

Leave A Reply

Your email address will not be published.