Latest Odisha News

BREAKING NEWS

ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ଶେଷ ହେଲା ସବୁ କଳ୍ପନା ଜଳ୍ପନା । ଶେଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ୍ ସିଂହ ଚନ୍ନି । ଏନେଇ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାଓ୍ବତ । ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି ।

ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଚରଣଜିତ୍ ସିଂହ ଚନ୍ନି ରାଜ୍ୟର ଚମକୌର ସାହିସ ଆସନରୁ କଂଗ୍ରେସର ବିଧାୟକ ଅଛନ୍ତି । ସେ ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି ।

ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ କଂଗ୍ରେସ ନେତା ସୁଖଜିନ୍ଦର୍‌ ସିଂହ ରାନ୍ଧୱା କହିଛନ୍ତି, ଏହା ହାଇକମାଣ୍ଡ୍‌ଙ୍କ ନିଷ୍ପତ୍ତି । ତେଣୁ ଏହି ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି । ମୁଁ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଆଦୌ ନିରାଶ ନୁହେଁ ବୋଲି ସୁଖଜିନ୍ଦର ସିଂହ କହିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କାହାକୁ କରାଯିବ ମୁଖ୍ୟମନ୍ତ୍ରୀ, ସେନେଇ ଆଜି ବିଧାୟକ ଦଳ ବୈଠକ ବସିଥିଲା । ଶେଷରେ ଚରଣଜିତ୍ ସିଂହଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.