Latest Odisha News

BREAKING NEWS

‘ବିବାକ ବସୁଧା’ ଓ ‘ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା’ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଏଥେନା ବୁକ୍ସ’ ଆନୁକୂଲ୍ୟରେ, ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ କବି ଭରତ ବେହେରାଙ୍କ କବିତା ସଙ୍କଳନ “ବିବାକ ବସୁଧା” ଓ ବିରଞ୍ଚି କୁମାର ପାଣିଙ୍କ ସମ୍ପାଦିତ “ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା ” ଉନ୍ମୋଚିତ ହୋଇଯାଇଛି।

ଦେବାଶିଷ ମହାପାତ୍ରଙ୍କ ସଂଯୋଜନା ଓ ପ୍ରେମାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଜୟ କୁମାର ଶତପଥୀ ଉଦଘାଟକ . ଅଧ୍ୟାପକ ବିଶ୍ୱରଞ୍ଜନ ମୁଖ୍ୟ ଅତିଥି , ଶରତ କୁମାର ଜେନା ମୁଖ୍ୟବକ୍ତା , ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ।

ଜୀବନର ଜୀବନ୍ତ ତଥା ଅକଳ୍ପନୀୟ ବର୍ଣ୍ଣନା ସହିତ କବି ଶ୍ରୀ ବେହରାଙ୍କ କବିତା ସଙ୍କଳନ ମାଟିର କଥାକୁ ନିଖୁଣ ଭାବରେ ଉପସ୍ଥାପିତ କରିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ବିରଞ୍ଚି କୁମାର ସାହୁଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କବି ଶ୍ରୀ ବେହେରା ତାଙ୍କ ଲେଖକୀୟ ଅଭିଭାଷଣ ରଖିଥିଲେ ଏବଂ ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.