ମାଲକାନଗିରି : ମାଲକାନଗିରିରେ ପୁଣି ନକ୍ସଲ-ଯବାନ ମୁହାଁମୁହିଁ । ମାଲକାନାଗିରି ଜିଲ୍ଲା ତୁଳସୀ ପାହଡରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଥିଲି ଥାନା ଅନ୍ତର୍ଗତ କିରିମିଟି ଗାଁ ନିକଟରେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଦରଭା ମାଓ ସଙ୍ଗଠନର ପ୍ରାୟ ୫୦ ଜଣ ସଶସ୍ତ୍ର ନକ୍ସଲ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।
ଏହାପରେ ଏସଓଜି ଓ ଡିଭିଏଫ୍ ବାହିନୀ ତରଫରୁ ସେଠାରେ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ନକ୍ସଲ ମାନେ ପ୍ରଥମ ଗୁଳିଚାଳନା କରିଥିଲେ।ପରେ ଯବାନ ମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା।
ପରେ ଘଟଣା ସ୍ଥଳରୁ ନକ୍ସଲ ମାନେ ଖସି ପଳାଇଛନ୍ତି। ବର୍ତମାନ ଜବାନ ମାନେ ପୁରା ଜଙ୍ଗଲକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ବୋଲି ମାଲକାନଗିରି ଏସପି ପ୍ରହଲ୍ଲାଦ ମିନା ସୂଚନା ଦେଇଛନ୍ତି।
Comments are closed.