Latest Odisha News

ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ବର୍ଷା ବାଣ୍ଟିଲେ ପୁସ୍ତକ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ପାଠାଗାର ଆନ୍ଦୋଳନର ପୁରୋଧା ସ୍ବର୍ଗତଃ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାରର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବର୍ଷା ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପୁସ୍ତକ ପ୍ରଦାନ କରିଥିଲେ । ବର୍ଷା ଦେଇଥିବା ସମସ୍ତ ପୁସ୍ତକ ପାଠ୍ୟ ଖସଡ଼ା ସହିତ ଜଡିତ ଥିବାରୁ, ଶିକ୍ଷାର୍ଥୀମାନେ ପୁସ୍ତକଗୁଡିକ ବ୍ୟବହାର କରି ପାରିବେ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା

ପୁସ୍ତକ ଦାନ କରିବା ଏବଂ ବିଦ୍ୟାଳୟ ଏବଂ ବୃଦ୍ଧାଶ୍ରମ ଗୁଡ଼ିକରେ ପାଠାଗାର ନିର୍ମାଣ କରିବା, ଶିଶୁ ତଥା ବୃଦ୍ଧ ବୃଦ୍ଧାଙ୍କୁ ପୁସ୍ତକ ଉପଲବ୍ଧ କରାଇବା ପାଇଁ ସମଗ୍ର ରାଜ୍ୟରେ ପାଠାଗାର ନିର୍ମାଣ କରିବା ” ଆମ ପାଠାଗାର ” ଅଭିଯାନର ଲକ୍ଷ୍ୟ । ଏହା ସ୍ୱର୍ଗତଃ ଦାଶିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ବଳିତ କରିବା ସହ, ପୁସ୍ତକ ମାଧ୍ୟମରେ ଖୁସି ବାଣ୍ଟିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ବର୍ଷାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରାଯାଇଥିଲା ।

Comments are closed.