Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ସହାୟତା: ୨ ପୋଲିସ କର୍ମୀ ସମେତ ୬ ସରକାରୀ କର୍ମଚାରୀ ନିଲମ୍ବିତ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଲୁଚି ଛପି ସହାୟତା କରୁଥିବା ଅଭିଯୋଗରେ ଆଜି ଜମ୍ମୁ-କଶ୍ମୀରର ୨ ପୋଲିସଙ୍କ ସମେତ ୬ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତଦନ୍ତ ପାଇଁ ଆବଶ୍ୟକ ସମୟ ପ୍ରଦାନ କରାଯାଇଥିଲା । ଏହା ପରେ ସମ୍ବିଧାନର ଧାରା ୩୧୧(୨)(ସି) ଅନ୍ତର୍ଗତ ଏହି ମାମଲାର ଯାଂଚ ପାଇଁ ଏକ କମିଟି ଗଠନ କରାଯାଇଥିଲା ।

କମିଟି ତାର ତଦନ୍ତ ରିପୋର୍ଟରେ ଉପରୋକ୍ତ କର୍ମଚାରୀମାନେ ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିବା ଦର୍ଶାଇଥିଲା । ପୂର୍ବରୁ ଗତବର୍ଷ ଜୁଲାଇରେ ୧୧ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଥିଲା ।

Leave A Reply

Your email address will not be published.