Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ୍ ,୩ ଗୁରୁତର ୧୫ ଆହତ

କୋରାପୁଟ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ନିକଟ ନୁଆ କଲୋନି ଠାରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନ୍ ଓଲଟି ପଡ଼ିଛି ।ଏହି ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଅଧିକ ଗୁରୁତରଙ୍କୁ ଶହୀଦ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲ ପରିସରରେ ପରିବାର ଲୋକଙ୍କ ଭିଡ ଜମିଛି।  ଭ୍ୟାନଟି ଲୁଲାରୁ କୋରାପୁଟ ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡ଼ିଥିଲା।

Leave A Reply

Your email address will not be published.