Latest Odisha News

BREAKING NEWS

ଫେରିଗଲା ନ୍ୟୁଜିଲାଣ୍ଡ ଦଳ, ପାକିସ୍ତାନୀ ପୋଲିସ ଖାଇଗଲେ ୨୭ ଲକ୍ଷ ଟଙ୍କାର ବିରିଆନୀ

ଓଡିଶା ସମ୍ବାଦ ବ୍ୟୁରୋ: ନିକଟରେ ସୁରକ୍ଷା ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଓ ଟି୨୦ କ୍ରିକେଟ୍ ସିରିଜକୁ ବାତିଲ କରିଥିଲା । ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡଠାରୁ ଆରମ୍ଭ କରି ଖେଳାଳି ଓ ସାଧାରଣ ଲୋକେ ମଧ୍ୟ ନ୍ୟୁଜିଲାଣ୍ଡକୁ ନାନା ସମାଲୋଚନା କରିବାକୁ ପଛାଇନଥିଲେ । ହେଲେ ଏହି ଘଟଣା ମଧ୍ୟରେ ଆଉ ଏକ ଖୁଲାସା ସମସ୍ତଙ୍କୁ ଚକିତ କରିଛି ।

କ୍ରିକେଟ ସିରିଜ୍ ବାତିଲ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ପ୍ରାୟ ୮ ଦିନ ରହିଥିଲା । ସେହି ସମୟରେ ପାକିସ୍ତାନର ଇସଲାମାବାଦ ପୋଲିସ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲା । ହେଲେ ସବୁଠୁ ଚକିତକର ବିଷୟ ହେଉଛି ସୁରକ୍ଷାରେ ନିୟୋଜିତ ଥିବା ଇସଲାମାବାଦ ପୋଲିସ ପ୍ରାୟ ୨୭ ଲକ୍ଷ ଟଙ୍କାର ବିରିଆନୀ ଖାଇଥିଲେ ।

୨୪ ନ୍ୟୁ ଏଚଡି ଟିଭିର ରିପୋର୍ଟ ଅନୁଯାୟୀ ନ୍ୟୁଜିଲାଣ୍ଡ ଟିମ୍ ଇସଲାମାବାଦର ସେରିନା ହୋଟେଲରେ ରହିଥିଲା । ସେମାନଙ୍କ ସୁରକ୍ଷା ନିୟୋଜିତ ହୋଇଥିବା ପ୍ରାୟ ୫୦୦ ପୋଲିସକର୍ମୀଙ୍କୁ ଦିନକୁ ଦୁଇଥର ବିରିଆନୀ ଖାଇବାକୁ ଦିଆଯାଉଥିଲା । ତେବେ ଦିନକୁ ଦୁଇଥର ବିରିଆନୀର ୮ ଦିନର ବିଲ୍ ୨୭ ଲକ୍ଷ ଟଙ୍କା ଆସିବା ପରେ ପାକିସ୍ତାନୀ ଫାଇନାନ୍ସ ବିଭାଗର ହୋସ୍ ଉଡିଯାଇଛି । ସବିଶେଷ ତଥ୍ୟ ଅନୁଯାୟୀ ପାକିସ୍ତାନୀ ଫାଇନାନ୍ସ ବିଭାଗ ଏହି ବିଲ ପଇଠ କରିନଥିବା ଜଣାପଡିଛି ।

Leave A Reply

Your email address will not be published.