Latest Odisha News

BREAKING NEWS

ପେଗାସସ୍ ମାମଲାର ଯାଞ୍ଚ ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି; ଏସ୍‌ସି

ନୂଆଦିଲ୍ଲୀ: ପେଗାସସ୍ ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଆସନ୍ତା ସପ୍ତାହରେ ଏ ନେଇ ଏକ ବିସ୍ତୃତ ଆଦେଶ ଘୋଷଣା କରାଯିବ।

ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ.ଭି ରମଣ କହିଛନ୍ତି ଯେ ଏହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବେ।

ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏହି ମାମଲାରେ ନିର୍ଦ୍ଦେଶ ଜାରି କରାଯିବ। ଅଦାଲତ କହିଛନ୍ତି ଯେ ଆମେ ଜାଣିବାକୁ ଚାହୁଁଛୁ ଯେ ସରକାର ସାଧାରଣ ଲୋକଙ୍କ ଗୁଇନ୍ଦାଗିରି କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରିଛନ୍ତି କି ନାହିଁ।

 

Leave A Reply

Your email address will not be published.