Latest Odisha News

BREAKING NEWS

ଝାଡଖଣ୍ଡ ଜିଲ୍ଲା ଜଜଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା, ହାଇକୋର୍ଟରେ ସିବିଆଇର ରିପୋର୍ଟ ଦାଖଲ

ଝାଡଖଣ୍ଡ () ଝାଡଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାର ହୋଇଛି ପର୍ଦ୍ଦାଫାଶ । ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ଜଷ୍ଟିସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ଚଢାଇ ଦିଆଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ସିବିଆଇ । ଗତ ଜୁଲାଇର ଚାଞ୍ଚଲ୍ୟକର ମୃତ୍ୟୁ ମାମଲାରେ ସାରା ଦେଶରେ ସୃଷ୍ଟି ହୋଇଥିଲା ଚାଞ୍ଚଲ୍ୟ । ଏହି ଘଟଣାରେ ଗିରଫ ୨ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ ଟେଷ୍ଟ ଓ ଲାଏ ଡିଟେକ୍ସନ ଟେଷ୍ଟ ଗୁଜରାଟର ଗାନ୍ଧିନଗରରେ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏହି ଚାଞ୍ଚଲ୍ୟକର ଘଟଣାର ସବିଶେଷ ଯାଞ୍ଚ କରିଥିଲା ସିବିଆଇ । ଘଟଣାରେ ମିଳିଥିବା ପ୍ରମାଣର ତଦନ୍ତ ଦେଶର ବିଭିନ୍ନ ଫରେନସିକ ଟିମ ଦ୍ବାରା କରାଯାଇଥିଲା ।

ଏହି ଘଟଣାର ତଦନ୍ତ କରିବା ଲାଗି ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଝାଡଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ତଦନ୍ତ ଲାଗି ସିବିଆଇ ୪ଟି ଫରେନସିକ ଟିମ ଗଠନ କରିଥିଲା । ଜଷ୍ଟିସ ଉତ୍ତମ ଆନନ୍ଦଙ୍କୁ ହତ୍ୟା ମାମଲାରେ ଅଟୋ ଡ୍ରାଇଭର ଲକ୍ଷ୍ମଣ ବର୍ମା ଓ ହେଲପର ରାହୁଲ ବର୍ମାଙ୍କୁ ଗିରଫ କରାଯାଇଥିଲା । ଅପରାଧ ଘଟାଇବା ପୂର୍ବରୁ ଅଭିଯୁକ୍ତମାନେ ଏକ ଚୋରି ମୋବାଇଲ ଜରିଆରେ କଲ୍ କରିଥିଲେ । ଗତ ଜୁଲାଇ ୨୮ରେ ମର୍ଣ୍ଣିଂ ଓ୍ବାକରେ ଯିବା ବେଳେ ଜଷ୍ଟିସଙ୍କୁ ଅଟୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.