ନୂଆଦିଲ୍ଲୀ: ତିନି ବର୍ଷ ଏକାଠି ରହିବା ପରେ ଅଲଗା ହେଲେ ସ୍ପେସ୍ ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ପତ୍ନୀ ଗ୍ରିମସ୍।
ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ସ୍ବଷ୍ଟ କରିଛନ୍ତି ଯେ ସେ ଏବଂ ଗ୍ରିମ୍ସ ଏବେ ଅଲଗା ହୋଇଛନ୍ତି। ଗ୍ରିମ୍ସ ଜଣେ କାନାଡିୟ ଗାୟିକା। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଅଲଗା ହୋଇଛନ୍ତ ସତ କିନ୍ତୁ ସେମାନଙ୍କର ଏକ ବର୍ଷର ପୁଅକୁ ସହ-ପିତାମାତା ହେବାର ସମସ୍ତ ଦାୟିତ୍ବ ତୁଲାଇବେ।
ମସ୍କ ଶନିବାର ଏକ ସାକ୍ଷାତକାରରେ କହିଛନ୍ତି, “ଆମେ ପୃଥକ୍ ହୋଇଛୁ ସତ କିନ୍ତୁ ଆମେ ପରସ୍ପରକୁ ଭଲପାଉଛୁ। ମସ୍କ କହିଛନ୍ତି, “ସ୍ପେସ୍ ଏକ୍ସ ଏବଂ ଟେସଲାରେ ମୋର କାର୍ଯ୍ୟ ଯୋଗୁ ମୋତେ ଟେକ୍ସାସରେ ରହିବା କିମ୍ବା ବିଦେଶ ଭ୍ରମଣ କରିବାକୁ ପଡୁଛି ଏବଂ ତାଙ୍କର କାର୍ଯ୍ୟ ମୁଖ୍ୟତଃ ଲା ରେ ଅଛି।
ମେ ୨୦୧୮ରେ ମସ୍କ ଏବଂ ଗ୍ରିମସ୍ ଡେଟିଂ କରୁଥିଲେ ଏବଂ ମେ ୨୦୨୦ ରେ ଗ୍ରିମ୍ସ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
Comments are closed.