Latest Odisha News

BREAKING NEWS

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା

କଟକ: ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ  ହାତୀକୁ ଉଦ୍ଧାର କରିବା ପାଇଁ ହାତୀଟିକୁ ନିଆଁ ହୁଳା ଦେଖାଇ ଚେଷ୍ଟା ଚଳାଇଥିଲେ ।

BjdElectrycity

ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ ।  ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ବର୍ତ୍ତମାନ ଭାସି ଯାଇଛି । କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଭାସି ଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ ।

ସେହିପରି କଟକ ମୁଣ୍ଡଳିରୁ ଗତକାଲି ଖସି ଆସିଥିବା ହାତୀପଲ ଆତଙ୍କ ଚଳାଇଛନ୍ତି ।

Leave A Reply

Your email address will not be published.