Latest Odisha News

BREAKING NEWS

ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ଗୁଲାବ୍ । ଆରମ୍ଭ ହେଲା ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । କଳିଙ୍ଗପଟ୍ଟନମ ଠାରୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ । ଆନ୍ଧ୍ରର ଶ୍ରୀକାକୂଲମରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବାତ୍ୟା ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ସାମାନ୍ୟ ବର୍ଷା ହେଉଛି । ହେଲେ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିଛି । କୋରାପୁଟ ଦେଇ ବାତ୍ୟା ଅତିକ୍ରମ କରିବ ବୋଲି କହିଛନ୍ତି ଏସଆରସି । ବାତ୍ୟା ପାଇଁ ୭ ଜିଲ୍ଲାରେ ପ୍ରଶାସନ ମଧ୍ୟ ସଜାଗ ରହିଛି । ପାଖାପାଖି ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଯେଉଁମାନଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନେ ଆସନ୍ତାକାଲି ପର୍ଯ୍ୟନ୍ତ ଆଶ୍ରୟସ୍ଥଳିରେ ରହିବେ । ବର୍ଷା ଓ ପବନର ଗତି ଉପରେ ନଜର ରଖାଯିବ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ବୋଲି କହିଛନ୍ତି ଏସଆରସି । ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଉଚ୍ଚ ଲହଡି ସମୁଦ୍ରରେ ଆସୁଛି । ବାତ୍ୟା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିବାରୁ ପାହାଡିଆ ଅଞ୍ଚଳରେ ପାହାଡ ଧସିବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.