Latest Odisha News

BREAKING NEWS

ଲଗାଣ ବର୍ଷାରେ ଗେଙ୍ଗୁଟି ନଦୀରେ ୨୦୦ ଫୁଟର ଫାଟ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଆଣ୍ଠିଏ ପାଣି ଜମି ରହିଛି । କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ନଦୀ ପାଣି ଗାଁକୁ ମାଡି ଆସିଲାଣି । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀ ବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗେଙ୍ଗୁଟି ନଦୀରେ ପ୍ରାୟ ୨୦୦ ଫୁଟ ଫାଟ ସୃଷ୍ଟି ହେଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ନଦୀ ବନ୍ଧ ଫାଟିବା ସହ ବନ୍ଧ ଧସିଥିଲା ।

ବାରମ୍ବାର ମରାମତି ସତ୍ତ୍ୱେ ମଧ୍ୟ ବନ୍ଧ ଧସିବାରେ ଲାଗିଛି । ସେପଟେ ମରାମତି ବେଳେ ନୂଆ ମାଟି ପକାଇବା ସହ ଠିକ ଭାବେ ରୋଲିଂ ହେଉନଥିବାରୁ ବନ୍ଧରେ ଫାଟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.