Latest Odisha News

BREAKING NEWS

ରାସ୍ତା ପାଲଟିଛି ମରଣ ଯନ୍ତା

ଯାଜପୁର : ଦିର୍ଘ ଦିନ ହେଲା ମରାମତି ଅଭାବ । ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା-ତାଉନ୍ତରା ରାସ୍ତା ପାଲଟିଛି ମରଣ ଯନ୍ତା। ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ବି ବାଧ୍ୟ ହୋଇ ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ତଥାପି ସମାଧାନ ହୋଇନଥିବାରୁ ବଢୁଛି ଅସନ୍ତୋଷ ।ସେପଟେ ବିଭାଗୀୟ ଅଧିକାରୀ ଙ୍କ ଚିରାଚରିତ ଉତ୍ତର ଖୁଵ ଶୀଘ୍ର ମରାମତି ହେବ।

ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାସାରା ଖାଲଖମାରେ ଭର୍ତ୍ତି ଥିବା ବେଳେ ପ୍ରତିଦିନ କିଛି ନା କିିଛି ଦୁର୍ଘଟଣା ଯେମିତି ଏଠି ସାଧାରଣ ପାଲଟିଛି । ଏ ହେଉଛି ଯାଜପୁର ବିଂଝାରପୁର ବ୍ଲକ୍ ଶାସନ୍ଦା-ତାଉନ୍ତରା ରାସ୍ତାର ଦୃଶ୍ୟ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରୁଛନ୍ତି । ଏଠି ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି । ସାଧାରଣ ଲୋକ ଯିବା ତ ଦୁୂର କଥା ଆମ୍ବୁଲାନ୍ସଟିଏ ବି ଯିବାକୁ ବଡ଼ ମୁସ୍କିଲ ହାଇପଡୁଛି । ଏନେଇ ବହୁବାର ଅଭିଯୋଗ କରିବା ପରେ ବି ସମାଧାନ ହୋଇନଥିବାରୁ ବଢୁଛି ଅସନ୍ତୋଷ

ଗୋଟିଏ ରାସ୍ତା ଉପରେ ଏକାଧିକ ପଞ୍ଚାୟତବାସୀ ନିର୍ଭର କରୁଥିଲେ ମଧ୍ୟ ରାସ୍ତା ମରାମତି ପାଇଁ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ନାହିଁ । ରାସ୍ତା ଦୁରାବସ୍ଥା ନେଇ ବଢୁଛି ଅସନ୍ତୋଷ ଓ ଖୁଵ ଶୀଘ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଏ ରାସ୍ତା ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବାରୁ ଉକ୍ତ ରାସ୍ତାକୁ ନୂତନ ଭାବେ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରାସ୍ତା ମରାମତି ପାଇଁ ପ୍ରଶାସନ ଠାରୁ ନିରାଶ ହେବା ପରେ ମାନ୍ୟବର ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ କୁ ଗ୍ରହଣ କରି ତୁରନ୍ତ ରାସ୍ତା ମାରାମତି ପାଇଁ ଜିଲା ପ୍ରାଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବେ କାର୍ଯ୍ୟକାରୀ ହେଉଛି ହାଇକୋର୍ଟଙ୍କ ନିର୍ଦ୍ଦେଶ ତାକୁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.